Wednesday, May 18, 2011

"ମୋ ବାପା" ମୋ ସୃଷ୍ଟିକର୍ତା,ପାଳନକର୍ତା...."My Father" my creator, my mentor..

        ମୋ ବାପା  
ମୋ ସୃଷ୍ଟିକର୍ତ୍ତା,ପାଳନକର୍ତ୍ତା

ଯାହାରି ଦୟାରୁ ଆସିଲି ଜଗତେ
ହାତ ଧରି ଚାଲି ସିଖାଇଲେ ସାଥେ
ଛୋଟରୁ ବଡ଼ ଯେ କରିଛନ୍ତି ମତେ
ଭକ୍ତିଭରା ନମସ୍କାର ତାଂକ ପାଦେ,
ଆସିର୍ବାଦ ତାଂକ ଥିଲେ ମୋର ସାଥେ
ଜଗତଜିତା ମୁଁ ହୋଇବି ନିସ୍ଚିନ୍ତେ.....

କେତେ କଷ୍ଟ ସହି 
                 ପାଳିଛନ୍ତି  ସେହି
ଅଳି ଅଝଟ ମୋ ନେଇଛନ୍ତି ସହୀ,
ହେଲେ ଆଜି ତାଂକ ସ୍ନେହବୋଳା କଥା
ଆକଟ ଆଉ ମୋ ବଡ଼ହେବା ଚିନ୍ତା
ଯେତେ ଖୋଜି ମଧ୍ୟ ପାଉନାହିଁ ମୁହିଁ...

ଜୀବନର ବାଟ ଚାଲୁ ଚାଲୁ ମୁଯେ
ଯଦିକେବେ ଥକୀ ପଡିଯାଏ ତଳେ
କିଏ ଆଉ ମୋତେ ଉଠାଇ କହିବ
ସାଥିରେ ଅଛି ମୁଁ ମାଡି ଚାଲ୍ ଏବେ ମାଡି ଚାଲ୍ ଏବେ....

ବାପା....
          ଆଜିସିନା ତମେ ନାହ ମୋର ସାଥେ
ଆସିର୍ବାଦ ତୁମ ରହିଛି ମୋ ସାଥେ
ବଡହେବି ନିସ୍ଚେ ନାଁ ମୁଁ କରିବି...
ଇଛା କୁ ତୁମର ସାର୍ଥକ କରିବି
ସ୍ବର୍ଗରେ ଥାଇବି  ଦେଖୁଥିବ ତୁମେ,
ଦୁନିଆ କହିବ ତୁମରି ପୁଅ ମୁଁ  
ଏହି ସ୍ରଧାନଜଳି ଦେବି..........

No comments:

Post a Comment